ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଆପଲ୍ କମ୍ପାନୀ ଦୁଇଟି ନୂତନ Macbook ମଡେଲ ଲଞ୍ଚ କରିପାରେ । ରିପୋର୍ଟ ମୁତାବକ, କେଜିଆଇ ସିକ୍ୟୁରିଟିଜ୍ ରେ ଏନାଲିଷ୍ଟ ଥିବା ମିଙ୍ଗ ଚି କୁଓ କହିଛନ୍ତି କି, ଆପଲ୍ ଦୁଇଟି ନୂତନ Macbook ମଡେଲ ଉପରେ କାମ କରୁଛି, ଯାହାକୁ ୨୦୨୦ ରେ ଲଞ୍ଚ କରାଯାଇପାରେ । ଯାହାକୁ ମ୍ୟାକବୁକ୍ ପ୍ରୋ ଏବଂ ମ୍ୟାକବୁକ୍ ଏୟାର ନାମରେ ବଜାରରେ ଲଞ୍ଚ କରାଯିବ ।
ଏଥିରେ ମ୍ୟାକବୁକ୍ ପ୍ରୋର ୧୪ ଇଞ୍ଚ ବିଶିଷ୍ଟ ସ୍କ୍ରିନ୍ । ଏହାସହିତ ନୂତନ ମ୍ୟାକବୁକ ରେ ଆପଲ୍ ଆଇସିଇ ଲେକ ଚିପ୍ସ ବ୍ୟବହାର କରିପାରେ । ମିଙ୍ଗ ଚୀ ଆହୁରି ମଧ୍ୟ କହିଛନ୍ତି କି, ନୂତନ ପ୍ରଡକ୍ଟସରେ ୧୨.୯ ଇଞ୍ଚର ଆଇପ୍ୟାଡ ପ୍ରୋ ଏବଂ ୧୦.୨ ଇଞ୍ଚର ଆଇପ୍ୟାଡ ମିନି ଏଲଇଡି ସହିତ ଲଞ୍ଚ ହୋଇପାରେ ।