ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଉଥିବା ଆତଙ୍କବାଦୀଙ୍କୁ ମଧ୍ୟ ଏବେ କରୋନା ଭୟ ଘାରିଛି । ଆତଙ୍କର ଆଡ୍ଡାରେ ଏବେ କରୋନା ଭୟ । ଇସଲାମିକ ଷ୍ଟେଟକୁ ଏବେ କରୋନା ଭୟ । ଯେଉଁ ସବୁ ଦେଶରେ ଏବେ କରୋନା ତାର କାୟା ବିସ୍ତାର କରୁଛି ସେହି ସବୁ ଦେଶକୁ ନ ଯିବା ପାଇଁ ଇସଲାମିକ ଷ୍ଟେଟ ତାର ଆତଙ୍କବାଦୀ ମାନଙ୍କୁ ବାରଣ କରିଛି ।
ଏମିତି କି ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ପାଇଁ ସତ୍ତର୍କ ନିର୍ଦେଶାବଳୀ ଜାରି କରିଛି । ଆତଙ୍କବାଦୀ ବା ତାଙ୍କ ଭାଷାରେ କୁହାଯାଉଥିବା ଜିହାଦି ମାନେ ସବୁ ସମୟରେ ହାତ ଧୋଇବାକୁ ନିର୍ଦେଶ ରହିଛି । ଏମିତି କି କତେକ ସଚେତନତା ବର୍ତ୍ତା ମଧ୍ୟ ଦେଇଛି ଇସଲାମିକ ଷ୍ଟେଟ । ଛିଙ୍କିବା ବା କାଶିବା ସମୟରେ ଅନ୍ୟ ଠାରୁ ଦୂରେଇ ରହିବାକୁ କହିଛି ଇସଲାମିକ ଷ୍ଟେଟ ।