କୋଣାର୍କ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ବର୍ତ୍ତମାନ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ୫ ହଜାରରୁ ଉର୍ଦ୍ଧ ଲୋକ ମୁତୃବରଣ କରିସାରିଲେଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ ୧୦୦ ଜଣ ଏହି ଭାଇରସରେ ସଂକ୍ରମଣ ଥିବାବେଳେ ୨ ଜଣଙ୍କ ମୁତୃ ହୋଇଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ୱାରା ସ୍କୁଲ, କଲେଜ, ଫିଲ୍ମ ହଲ ବନ୍ଦ କରିଦିଆଯାଇଛି ।
ତେବେ କରୋନା ଭାଇରସକୁ ନଜରରେ ରଖି ଆସନ୍ତା କାଲି ଠାରୁ ମାର୍ଚ୍ଚା ୩୧ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ କରିଯାଇଛି । ଏନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏଠାକୁ ପର୍ଯ୍ୟଟକ ମାନେ ଧିରେ ଧିରେ କମ ଆସୁଛନ୍ତି । ହୋଟେଲ ଗୁଡିକରୁ ପର୍ଯ୍ୟଟକ ମାନେ ଖାଲି ହେଉଥିବାର ନଜର ଆସିଛି । ଅନ୍ୟପଟେ ପର୍ଯ୍ୟଟକ ମାନଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି । ପୁରୀରୁ ଭୁବନେଶ୍ୱର, ପୁରୀରୁ ସାତପଡା, ପୁରୀରୁ ଚନ୍ଦ୍ରଭାଗା, କେରଣାର୍କ ଓ କାକଟପୁର ରୁଟରେ ଚାଲୁଥିବା ସମସ୍ତ ଟୁରିଷ୍ଟ ବସକୁ ବାତିଲ କରାଯାଇଛି ।
ଅନ୍ୟପଟେ ଖଣ୍ଡଗିରି, ଉଦୟଗିରି ଓ ଧଉଳିରେ ପର୍ଯ୍ୟଟକଙ୍କୁ ପ୍ରବେଶ କରିବା ପାଇଁ ମନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏଠାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଛି । ସେପଟେ ଲିଙ୍ଗରାଜ ମନ୍ଦିର ଯାଉଥିବା ପର୍ଯ୍ୟଟକ ଓ ସେବାୟତ ମାନଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ଜିଲ୍ଲାପାଳ । ଏହା ସହ ମନ୍ଦିର ଭିତରକୁ ସାନିଟାଇଜର ବ୍ୟବହାର କରିବାକୁ ପରାର୍ମଶ ଦେଇଛନ୍ତି ଜିଲ୍ଲାପାଳ ।