ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନ ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହି ମହାମାରୀକୁ ବ୍ୟାପିବାରୁ ରୋକିବା ପାଇଁ ପଶ୍ଚିମ ରେଲୱେ ପକ୍ଷରୁ ଏକ ନିଷ୍ପତି ଗ୍ରହଣ କରାଯାଇଛି । ଟ୍ରେନ୍ ରେ ଯାତ୍ରା କଲା ବେଳେ ଯାତ୍ରୀମାନେ ଏସି କୋଚ୍ ରେ ସେମାନଙ୍କ କମ୍ବଳ ଆଣି ବ୍ୟବହାର କରନ୍ତୁ ବୋଲି କୁହାଯାଇଛି । ଏବେ ଆଉ ଏସି କୋଚ୍ ରେ ଯାତ୍ରୀଙ୍କୁ କମ୍ବଳ ଏବଂ ପରଦା ଯୋଗଇ ଦିଆଯିବ ନାହିଁ ।
ଏନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ଟ୍ରେନ୍ ର କୋଚ୍ କୁ ସାନିଟାଇଜ କରିବା କାମ ପୂର୍ବରୁ ପଶ୍ଚିମ ରେଲୱେ ଆରମ୍ଭ କରିଦେଇଛି । କରୋନା ଭାଇରସ ବ୍ୟାପିବା ଦେଖି ରେଲୱେ ଏହି ନିଷ୍ପତି ନେଇଛି ।
Kindly note that it has been decided to withdraw curtains & blankets from AC coaches of trains as they are not washed every trip, for prevention of #coronavirus. Passengers may please bring their own blankets if need be. Inconvenience is regretted. @RailMinIndia @PiyushGoyalOffc
— Western Railway (@WesternRly) March 14, 2020
ରେଲୱେ ପକ୍ଷରୁ ୧୫ ଦିନରେ ଥରେ କମ୍ବଳ ସାନିଟାଇଜ୍ କରାଯାଏ । ସେହିପରି ଗୋଟେ ମାସରେ ଥରେ ପରଦା ସାନିଟାଇଜ୍ କରାଯାଇଥାଏ । କିନ୍ତୁ ନିୟମିତ ବେଡସିଟ୍ ସାନିଟାଇଜ୍ କରାଯାଇଥାଏ । ମାତ୍ର ଏହି କରୋନା ଭାଇରସ ବ୍ୟାପିବା ପରେ ରେଲୱେ ଏହି ନିଷ୍ପତି ନେଇଛି ।