ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । କରୋନା ଭାଇରସରେ ୫ ହଜାରରୁ ଅଧିକ ଲୋକ ମୃତୁବରଣ କରିସାରିଲେଣି । ସେହିଭଳି ଭାରତରେ କରୋନା ରୋଗରେ ୧୦୦ରୁ ଅଧିକ ଲୋକ ଚିହ୍ନଟ ହୋଇସାରିଲୋଣି । ତେବେ ଭାରତରେ କରୋନା ଭାଇରସରେ ୨ ଜଣ ମୃତୁ ବରଣ କରିଛନ୍ତି । ଅନ୍ୟପଟେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଳରେ ଜରେ କରୋନା ରେଗୀ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟ ସରକାରଙ୍କ ତରଫରୁ ଏହି ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ,ଜିମ୍, ଅଙ୍ଗନବାଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ, ଖୋର୍ଦ୍ଧା ଓ ରାୟଗଡାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆ ଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଲଗାଯାଇଛି । ପୁରୀରୁ ଚିଲିକା, କୋଣାର୍କ ଓ ସାତପଡା ଯିବାକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି।ସେହିପରି ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି ଆଦି ପର୍ୟ୍ୟଟନସ୍ଥଳୀକୁ ବନ୍ଦ ରଖାଯିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ୟ୍ୟ ମନ୍ଦିରରେ ତାଲା ପକାଯାଇଛି।