ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଏମ ସିରିଜ୍ ର ନୂତନ ସ୍ମାର୍ଟଫୋନ୍ ‘ସାମସଙ୍ଗ ଗାଲାକ୍ସି ଏମ୨୧’ କୁ ମାର୍ଚ୍ଚ ୧୮ରେ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍ କୁ ମିଡ ରେଞ୍ଜ କ୍ୟାଟେଗରୀ ରେ ବଜାରକୁ ଅଣାଯିବ । ଯାହାର ପ୍ରାରମ୍ଭିକ ଦର ୧୩,୯୯୯ ଟଙ୍କା ରହିଛି ବୋଲି ମିଡିଆ ସୂତ୍ରରୁ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଫିଚର୍ସ ବିଷୟରେ….
ଏହି ସ୍ମାର୍ଟଫୋନ୍ ରେ ୬.୪ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ ଏବଂ ଏକ୍ସିନୋସ ୯୬୧୧ ପ୍ରୋସେସର ରହିଛି । ଏଥିରେ ୪ ଜିବି ର୍ୟାମ ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ୍ । ଏହାସହିତ ଟ୍ରିପଲ ରିୟର କ୍ୟାମେରା ସେଟଅପ୍, ଯେଉଁଥିରେ ୪୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୨୦ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା । ସେହିପରି ଏଥିରେ ୬ ହଜାର ଏମଏଏଚ ର କ୍ଷମତା ବିଶିଷ୍ଟ ବଡ କ୍ୟାମେରା ରହିଛି ।