ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଯିବେ ରାଜ୍ୟସଭା । ରାଜ୍ୟ ସଭା ସଦସ୍ୟ ଭାବେ ତାଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଗତକାଲି ସଂନ୍ଧ୍ୟାରେ ନୋଟିଫିକେସନ ଜାରି କରାଯାଇଛି । ଜଷ୍ଟିସ ଗୋଗେଇ ଗତ ନଭେମ୍ବର ମାସରେ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ ଗୋଗୋଇ ଅଯୋଧ୍ୟା ରାୟ ଶୁଣାଣୀ କରି ଚର୍ଚ୍ଚାକୁ ଆସିଥିଲେ । ଏହା ସହ ରାଫେଲ ମାମଲାରେ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ପିଟିସନକୁ ସେ ଖାରଜ କରିଥିଲେ ।
ନିଜର ୧୩ ମାସ କାର୍ଯ୍ୟକାଳ ଭିତରେ ଜଷ୍ଟିସ ଗୋଗୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଶୁଣାଣୀ କରିଛନ୍ତି । ସୂଚନା ଯୋଗ୍ୟ ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ଓ ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି ।