ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ପାଇଁ ପୁରା ଦେଶର ସ୍ଥିତି ବିଗିଡି ଯାଇଛି । ଏହି ଭାଇରସ ଏବେ ଦ୍ୱିତୀୟ ଷ୍ଟେଜ୍ ରେ ପହଁଚି ସାରିଲାଣି । ଏହାକୁ ତୃତୀୟ ଷ୍ଟେଜ୍ କୁ ଯିବାରେ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଉଠାଉଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ନବାହାରିବା ପାଇଁ ଅପିଲ କରିଛନ୍ତି । ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଛି । ଏହାଦ୍ୱାରା ଆପଣ ଘରେ ବସି ଏହି ନମ୍ବରରେ ଅଭିଯୋଗ କରିପାରିବେ ।
ଏହାସହିତ ଲୋକଙ୍କୁ ଅପିଲ କରାଯାଇଛି କି, ଇପିଏଫଓ ଅଫିସ୍ ଯାଆନ୍ତୁ ନାହିଁ ଏବଂ ଡିଜିଟାଲ ଯୋଗେ ନିଜ ଅଭିଯୋଗ କରନ୍ତୁ । ଇପିଏଫଓ ସେଣ୍ଟ୍ରାଲ ଦିଲ୍ଲୀର ରିଜିଓନାଲ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ଆଲୋକ ଯାଦବ ବୟାନ ଜାରି କରି କହିଛନ୍ତି କି, ପ୍ରୋଭିଡେଣ୍ଟ ଫଣ୍ଡ ସହ ଜଡିତ ଅଭିଯୋଗକୁ ଟେଲିଫୋନ୍ ନମ୍ବର ୦୧୧-୨୭୩୭୧୧୩୬ ରେ କରି ପାରିବେ । ଏହାସହିତ ଏକ ହ୍ୱାଟସଆପ୍ ନମ୍ବର (୮୫୯୫୫୨୦୪୭୮)ବି ଉପଲବ୍ଧ କରାଯାଇଛି । ଏହାସହିତ ସମସ୍ତ ଇପିଏଫଓ କାର୍ଯ୍ୟାଳୟରେ ସାନିଟାଇଜର୍ସ ଏବଂ ମାସ୍କ ଉପଲବ୍ଧ କରାଯାଇଛି ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଏକ ସଂଗଠନ ହେଉଛି ଇପିଏଫଓ । ଯାହା ନିଜ ସଦସ୍ୟଙ୍କ ଅବସର ପରେ ଆୟ ସୁରକ୍ଷା ଦେବା ପାଇଁ ଅନେକ ଯୋଜନା ଚଲାଇଥାଏ ।
ପ୍ରତ୍ୟେକ କମ୍ପାନୀ ଗୁଡିକୁ ଇପିଏଫଓ ରେ ପଞ୍ଜିକୃତ କରିବାକୁ ହୋଇଥାଏ । ଯେଉଁଠି କର୍ମଚାରୀଙ୍କ ସଂଖ୍ୟା ୨୦ ରୁ ଅଧିକ ହୋଇଥିବ ।