ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ କରୋନାକୁ ନେଇ କୋକୁଆ ଭୟ । ଅନ୍ୟପଟେ ଦିନରେ ଦିନକୁ ଦିନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୫୦ ରେ ପହଞ୍ଚଞ୍ଚିଛି । ପ୍ରତ୍ୟକ ଦିନ ଦେଶରେ କେଉଁଠୁ ନାଁ କେଉଁଠି ପ୍ରତ୍ୟକ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଭାରିରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୨୫୦ ରେ ପହଞ୍ଚିଛି । ସେହିଭଳି ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଦେଶରେ ୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଏହି ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇକୁ ବନ୍ଦ କରାଯାଇଛି । ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ ସମସ୍ତ ସପିଂ ମଲକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ସେହିଭଳି ରାଜ୍ୟରେ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଭିନ୍ନ ସପିଂମଲ , ରେଷ୍ଟୁରାଣ୍ଟଆଦିକୁ ବନ୍ଦ ଘୋଷଣା କରାଯାଇଛି । ସେହିଭଳି ଆଜିଠାରୁ ଅଡ ଇଭିନ ନଂ ଜାରି କରାଯାଇଛି । ଟ୍ୟାକ୍ସି ଓ ଅଟୋରିକ୍ସା ଓ ବସ ଆଦି ପାଇଁ ଏହି ନଂ ଜାରି କରାଯାଇଛି ।