ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ପ୍ରଭାବିତ ଅଞ୍ଚଳ ପାଇଁ ଆର୍ଥିକ ପ୍ୟ।।କଜ୍ ବହୁତ ଶୀଘ୍ର ଘୋଷଣା ହେବ ବୋଲି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ କହିଛନ୍ତି । ମାତ୍ର ପ୍ୟାକେଜ୍ ଘୋଷଣା ବିଷୟରେ କୌଣସି ସମୟସୀମା ବିଷୟରେ କୁହାଯାଇ ନାହିଁ । କରୋନା ଭାଇରସ ପାଇଁ ସୀତାରମଣ ଏକ ବୈଠକ ଡକାଇ ଏନେଇ ଘୋଷଣା କରାଯାଇଛି ।
ଦୀର୍ଘ ଚାରି ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ସୀତାରମଣ କହିଛନ୍ତି, ପର୍ଯ୍ୟଟନ, ଏମଏସଏମଇ, ନଗର ବିମାନନ, ପଶୁପାଳନ କ୍ଷେତ୍ର ସହିତ ମୁଁ ବୈଠକ କରିଛି । ଏହି ମନ୍ତ୍ରାଳୟ ସହିତ ବିଚାର ବିମର୍ଶ କରିବା ପରେ ନିଜ ନିଜ କ୍ଷେତ୍ର ବିଷୟରେ ଆକଳନ କରାଯାଇଛି । କିପରି ଏହି ପରିସ୍ଥିତିରୁ ମୁକୁଳିବା ସେନେଇ ପ୍ରସ୍ତୁତ ଚାଲିଛି ।
ସୂଚନାଯୋଗ୍ୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋନ୍ଧିତ କରି କହିଥିଲେ, ସରକାର କୋଭିଡ୧୯ ଆର୍ଥିକ ପ୍ରତିକ୍ରିୟା କାର୍ଯବଳ ର ଗଠନ କରୁଛନ୍ତି । ଏହି କାର୍ଯ୍ୟବଳ କରୋନା ଭାଇରସ ମହାମାରୀ ଦ୍ୱାରା ପ୍ରଭାବିତ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବିଷୟରେ ନିର୍ଣ୍ଣୟ କରାଯିବ ।