ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକମାରଙ୍କ ତରଫରୁ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ ରଖିଛନ୍ତି । ଖୋର୍ଦ୍ଧ, ଗଞ୍ଜାମ, କଟକ, ଅନୁଗୋଳ ଓ କେନ୍ଦାପଡା ଭଳି ଜିଲ୍ଲା ଏହା ସହ ଭୁବନେଶ୍ୱର, ରାଉରକେଲା, ପୁରୀ, ଯାଜପୁର ରୋଡ , ଯାଜପୁର ଟାଉନ, ଭଦ୍ରକ, ସମ୍ବଲୁର, ଝାଡସୁଗୁଡା, ବାଲେଶ୍ୱର ଏସବୁ ସହରକୁ ୭ ଦିନ ପାଇଁ ଲକ୍ ଡାଉନ କରିଛନ୍ତି ସରକାର । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଲକ୍ ଡାଉନର ଦ୍ୱିତୀୟ ଦିନରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ଦେଖିବାକୁ ମିଳିଛି । ଜରୁରୀ କାମ ଥିଲେ ଘରୁ ବାହାରିବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ନହେଲେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହି ଲକ ଡାଉନ ସମୟରେ ଆତ୍ୟାବଶ୍ୟକୀୟ ସେବା ଯଥା ବସ୍, ଟ୍ରେନ, ବିମାନ ଚଳାଚଳ ଜାରି ରହିବ । ଏହା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ , ଅଣ୍ଡା, ଚିକେନ ଦୋକାନ, ପେଟ୍ରୋଲ ପମ୍ପ, ଓ ମେଡିସିନ ଦୋକାନ ଆଦି ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର । ସେହିପରି ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ କରିଛନ୍ତି। ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ଆଜି ଠାରୁ କୌଣସି ବସ ବାହାର ରାଜ୍ୟକୁ ଗଡ଼ିପାରିବ ନାହିଁ କିମ୍ୱା ବାହାର ରାଜ୍ୟର ବସ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ଏହି ଲକ୍ ଡାଉନ ସମୟରେ ବିଭିନ୍ନ ଜାଗାରେ ପୋଲିସ ଚେକିଙ୍ଗି କରୁଥିବାର ଦେଖିବାକୁ ମିଳିଛି । ଯଦି କେହି ବିନା କିଛି କାରଣରେ ଘରୁ ବାହାରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସାଧାରଣ ଲୋକ ମାନେ ଭୟଭିତ ନହୋଇ ଘରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଛି । ସର୍ବସାଧାରଣଙ୍କ ହିତରେ ଏହି ଲକ୍ ଡାଉନ କରାଯାଇଛି ବୋଲି ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଅରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।