ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ କରୋନ ଚିନ୍ତା । ଏଥିରୁ ରକ୍ଷା ପାଇବା ପାଇଁ କିଛି ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରି ଦିଆଯିବା ସହ ସମସ୍ତ ସେବାକୁ ବନ୍ଦ କରି ଦିଆଯାଇଛି । ଏଭଳି କରିବାର ଗୋଟିଏ ଅର୍ଥ ହେଉଛି କରୋନା ସଂକ୍ରମଣକୁ ରୋକିବା । ଏସବୁକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି କି କେବଳ ଲକ୍ ଡାଉନ୍ ସ୍ଥିତି ଭାଇରସକୁ କାବୁ କରି ପାରିବ ନାହିଁ । ଏଥିପାଇଁ ଜରୁରୀ ହେଉଛି ଯେଉଁ ଲୋକ କରୋନା ପୀଡିତ ସେମାନଙ୍କୁ ଖୋଜି ତାଙ୍କର ଚିକିତ୍ସା କରାଯାଉ ଏବଂ ସମସ୍ତଙ୍କଠାରୁ ସେମାନଙ୍କୁ ଅଲଗା ରଖାଯାଉ । ଏହାପରେ ଯାଇ କରୋନାକୁ ରୋକା ଯାଇ ପାରିବ ।
ଚୀନ୍ ରୁ ଆରମ୍ଭ ହୋଇଥିବା ଏହି କରୋନା ୟୁରୋପ ଏବଂ ଆମେରିକାରେ ସମ୍ପୂର୍ଣ୍ଣ ଭାବେ ନିଜର କାୟା ବିସ୍ତାର କରି ସାରିଛି । ଏହାସହିତ ଏହି ଭାଇରସ ଭାରତରେ ବି ବଢିଚାଲିଛି ।