ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଭାଇରସ । ଇତିମଧ୍ୟରେ ଭାରତର ଅନେକ ସହର ଲକ୍ ଡାଉନ୍ କରାଯାଉଛି । କେବଳ ଜରୁରୀ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେବାକୁ ବନ୍ଦ କରି ଦିଆଯାଇଛି । ଲୋକଙ୍କୁ ଘରେ ରହିବା ପାଇଁ ବାରମ୍ବାର ସରକାରଙ୍କ ପକ୍ଷରୁ ଅପିଲ କରାଯାଉଛି । ଏସବୁ ଦୃଷ୍ଟିରେ ରଖି ଦେଶର ସବୁଠାରୁ ବଡ ବ୍ୟାଙ୍କ ମାନେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି କି , ସେମାନେ କ୍ୟାଶ ଏବଂ ବ୍ୟାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଅଧିକରୁ ଅଧିକ ଡିଜିଟାଲ ବ୍ୟାଙ୍କିଂ ବ୍ୟବହାର କରିବା ପାଇଁ କୁହାଯାଇଛି । ଖାସ୍ କରି ନୋଟ୍ ରୁ ଦୂରେଇ ରୁହ ।
ନିକଟରେ ଏକ ରିସର୍ଚ୍ଚରେ ଏସବିଆଇ କହିଛି କି, କାଗଜ ନୋଟ୍ ରୁ ବି କରୋନା ଭାଇରସ ସଂକ୍ରମଣ ଚାରିଆଡେ ବ୍ୟାପିପାରେ । ନୋଟ୍ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣ ବ୍ୟକ୍ତିଙ୍କୁ ସହଜରେ ଏହି କରୋନା ସଂକ୍ରମଣ ଡେଇଁପାରେ । ସେଥିପାଇଁ ଏଭଳି ସ୍ଥିତିରେ ନୋଟ୍ ରୁ ଦୂରେଇ ରହିବା ଉଚିତ୍ ।
ରିପୋର୍ଟ ମୂତାବକ, ଭାରତରେ ଅଧିକ ମାତ୍ରାରେ କାଗଜ ନୋଟ୍ ର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ଅତି ସହଜରେ ଡେଇଁ ପାରିବ ।