କଟକ(ଏଟିଆର ବ୍ୟୁରୋ):କରୋନା ମୁକାବିଲା ପାଇଁ ହାଇକୋର୍ଟରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକା ଭୁକ୍ତ କରାଯିବ ନାହିଁ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଆଜିଠୁ ତାଲିକା ଭୁକ୍ତ ଥିବା ମାମଲାକୁ ସ୍ଥଗିତ ରଖାଯାଇଛି । ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ କୁହାଯାଇଛି । ଏହା ସହ ଜଣେ ଡାକ୍ତର ସବୁ ବେଳେ କୋର୍ଟରେ ନିୟୋଜିତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।