ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କଲାଣି କରୋନା । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗଣ ଓ ପରିବହନ ପାଇଁ ହେଲ୍ଫଲାଇନ୍ ନମ୍ବର ଜାରି କରାଯାଇଛି । ଏହି ହେଲ୍ପଲାଇନ୍ ର ନାଁ ରଖାଯାଇଛି ‘ସାଧନ’ । ସେହିପରି ହେଲ୍ପଲାଇନ୍ ନମ୍ବର ହେଉଛି ୧୫୫୩୩୫ ।
ଏହି ହେଲ୍ପଲାଇନ୍ ନମ୍ବର ଜରିଆରେ ଲୋକେ ଆତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅଭିଯୋଗ କରିପାରିବେ । ଏହାସହିତ ଏହି ନମ୍ବର ଜରିଆରେ ସମସ୍ତ ଖାଉଟି, ବ୍ୟାୟସାୟୀ ଏବଂ ପରିବହନ ସଂଘର ସଦସ୍ୟ ଅଭିଯୋଗ କରିପାରିବେ ।
ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। ଖାଉଟି ବେପାରୀ ଓ ମାଲବାହୀ ପରିବହନ ସଂଘର ସଦସ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ ପାଇଁ ୧୫୫୩୩୫ ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ। #7DayOdishaLockdown pic.twitter.com/KZF1ERPmhm
— CMO Odisha (@CMO_Odisha) March 23, 2020
ସୂଚନାଯୋଗ୍ୟ , ରାଜ୍ୟର କିଛି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରିବା ସତ୍ୱେ ଲୋକ ଏହାକୁ ଗମ୍ଭୀର ଭାବେ ନେଉ ନାହାନ୍ତି । ଯାହାଫଳରେ ରାଜ୍ୟ ସରକାର ଗୋଟେ ପରେ ଗୋଟ ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି । କାରଣ କରୋନା ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥିବାରୁ ସରକାର ଏନେଇ ଲୋକଙ୍କୁ ବାରମ୍ବାର ସତର୍କତା କରାଉଛନ୍ତି ।