ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଆଜି ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ସାରା ଓଡିଶା ଲକ୍ ଡାଉନ୍ । କରୋନା ଭାଇରସ ବ୍ୟାପି ବାରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ତେବେ ଗତ ୨୧ ତାରିଖ ଦିନ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ କରିବା ପାଇଁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ଏହା ପରେ ଗତକାଲି ଆଉ ୯ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଆଜି ବାକି ଥିବା ଜିଲ୍ଲା ଗୁଡିକ ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସୂଚନା ଯୋଗ୍ୟ ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୧୮୮ଟି ଦେଶକୁ ବ୍ୟାପି ସାରିଲାଣି । ପାଖାପାଖି ୧୪ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ କରୋନା ଭାଇରସ ତାର କାୟା ବିସ୍ତାର କରିସାରିଲେଣି । ଭାରତରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୧୦ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରୁଛନ୍ତି ।