ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସ୍ଥିତିକୁ ଏବେ ସମ୍ପୂର୍ଣ୍ଣ ଦୋହଲାଇ ରଖିଛି ମହାମାରୀ କରୋନା । ଛୋଟଠାରୁ ଆରମ୍ଭ କରି ବଡ ସବୁ କ୍ଷେତ୍ର ଏବେ ସମ୍ପୂର୍ଣ୍ଣ ଠପ୍ । ଏହାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ସେମାନଙ୍କର ରିନ୍ୟୁଆଲ ପ୍ରିମିୟମ ଭରିବାକୁ ଅତିରିକ୍ତ ଏକ ମାସ ସମୟ ଦେବା ନିମନ୍ତେ ‘ଇନ୍ସୁରାନ୍ସ ରେଗୁଲେଟରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ’ ପକ୍ଷରୁ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମାରାତ୍ମକ ଭାଇରସ କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ଲକ୍ ଡାଉନ୍ ହୋଇ ପଡିଥିବା ବେଳେ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବାରୁ ‘ଆଇଆରଡିଏଆଇ’ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏନେଇ ଆଇଆରଡିଏଆଇ ପକ୍ଷରୁ ଏକ ସର୍କ୍ୟୁଲାର ଜାରି କରି କୁହାଯାଇଛି କି , ବୀମା କମ୍ପାନୀଗୁଡିକ ସ୍ୱସ୍ଥ୍ୟବୀମା କ୍ଷେତ୍ରରେ ପ୍ରିମିୟମ ଦେୟ ବିଳମ୍ବକୁ ବୀମାଭଙ୍ଗ ବୋଲି ବିଚାର ନକରି ଏହାକୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ମାଫ୍ କରି ଦିଆଯାଉ । ପ୍ରତ୍ୟେକ ଜୀବନବୀମା କ୍ଷେତ୍ରରେ ରିନ୍ୟୁଆଲ ପେମେଣ୍ଟ ପାଇଁ ଏକ ମାସ ଗ୍ରେସ୍ ପିରିଏଡ୍ ରହିଥାଏ ।