ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶ ମଧ୍ୟ ରାତ୍ରିଠାରୁ ଲକ ଡାଉନ କରାଯାଇଛି । ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ଭିତରେ ହାହାକାର ଖେଳି ଯାଇଥିଲା । ଯାହାର ସିଧା ପ୍ରଭାବ ଗତକାଲି ସନ୍ଧ୍ୟାରେ ବିଭିନ୍ନ ରାଶନ ଦୋକାନରେ ଦେଖିବାକୁ ମିଳିଥିଲା । ଲୋକେ ଆଶଙ୍କିତ ହୋଇ ରାସନ ଓ ପରିବା ଦୋକାନରେ ଅସମ୍ଭାଳ ଭିଡ ଜମାଇଥିଲେ । ଏମିତିକି କେତେକ ସ୍ଥାନରେ ରାସନ ସାମଗ୍ରୀ କିଣିବା ପାଇଁ ଲୋକେ ୩ ଘଣ୍ଟା କାଳ ଧାଡିରେ ଠିଆ ହେବା ମଧ୍ୟ ଦେଖିବାକୁ ମିଳିଥିଲା ।
ଯାହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ନିଅଣ୍ଟିଆ ପରିସ୍ଥିତି ଦେଖିବାକୁ ମିଳିଛି । କେତେକ ସ୍ଥାନରେ କିଛି ଖୁଚୁରା ବ୍ୟବସାୟୀ କଳାବଜାରୀ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏବେ ଲୋକମାନେ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଖାଦ୍ୟ ସାମଗ୍ରୀଳ ମହଯୁଦ ରଖୁଥିବାର ଦେଖିବାକୁ ମିଳିଛି । ତେବେ ବଜାର ଏପରି ପରିସ୍ଥିତି ଦେଖି ସାଧାରଣ ଲୋକଙ୍କୁ ଦୃଢ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି ଲକ ଡାଉନ ସମୟରେ ବଜାରରେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଯିବ ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଏହା ଉଫରେ ନଜର ରଖିଛନ୍ତି । ଏଭଳି ସମସ୍ୟାକୁ ନେଇ ଭୟବୀତ ହେବାର କୌଣସି ଆବଶ୍ୟକତା ନାହିଁ ।