ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଲପାଇବା ହେଉଛି ସବୁଠାରୁ ସୁନ୍ଦର ଅନୁଭବ । ଯଦି ଦୁନିଆରେ କୌଣସି ବ୍ୟକ୍ତିକୁ ପ୍ରେମ ହୋଇଯାଏ । ତେବେ ସେ ନିଜକୁ ଦୁନିଆର ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି ମନେକରିଥାନ୍ତି । ମାତ୍ର କିଛି ଲୋକଙ୍କୁ ତାଙ୍କ ପ୍ରେମ ବହୁତ ଶୀଘ୍ର ମିଳିଯାଇଥାଏ । କିନ୍ତୁ କିଛି ଲୋକଙ୍କୁ ତାଙ୍କ ଭଲପାଇବା ବହୁତ ଡେରିରେ ମିଳିଥାଏ । ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ ଭଲ ପାଇବା ମାମଲାରେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଅକ୍ଷରର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି ।
– ଯେଉଁ ବ୍ୟକ୍ତିଙ୍କ ନାମ A ଅକ୍ଷରରୁ ଆରମ୍ଭ ସେହି ବ୍ୟକ୍ତି ବହୁତ ଆବେଗସମ୍ବନ୍ଧୀୟ ସ୍ୱଭାବର ହୋଇଥାନ୍ତି । ତାଙ୍କର ଏହି ସ୍ୱଭାବ ଯୋଗୁଁ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ ତାଙ୍କ ଜୀବନସାଥୀଙ୍କ ହାତ କଦାପି ଛାଡିନଥାନ୍ତି ।
– G ଅକ୍ଷରର ବ୍ୟକ୍ତି ବହୁତ ଶୀଘ୍ର ଅନ୍ୟଜଣଙ୍କୁ ହୃଦୟ ଦେଇଦିଅନ୍ତି । ସେଥିପାଇଁ ଏମାନଙ୍କୁ ଜୀବନସାଥୀ ମିଳିବା କଷ୍ଟ ହୁଏ ନାହିଁ । ପ୍ରଥମ ଦେଖାରୁ ଏମାନଙ୍କୁ ପ୍ରେମ ହୋଇ ଯାଇଥାଏ । ଏବଂ ତାଙ୍କ ଜୀବନସାଥୀଙ୍କୁ ସାରା ଜୀବନ ଭଲ ପାଇବା ଦେଇଥାନ୍ତି ।
– M ଅକ୍ଷରର ବ୍ୟକ୍ତି ସର୍ବଦା ଶାନ୍ତ ସରଳ ସ୍ୱଭାବର ହୋଇଥାନ୍ତି । ସେଥିପାଇଁ ଖୁବ୍ ଶୀଘ୍ର ଯେକୌଣସି ବ୍ୟକ୍ତିଙ୍କ କଥାରେ ପଡି ଯାଇଥାନ୍ତି ।
– P ଅକ୍ଷରର ବ୍ୟକ୍ତି ସର୍ବଦା ପ୍ରେମ ବିବାହ କରିବା ପାଇଁ ପସନ୍ଦ କରିଥାନ୍ତି । ଏବଂ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ କଦାପି ତାଙ୍କ ଜୀବନସାଥୀଙ୍କୁ ଧୋକା ଦେଇନଥାନ୍ତି ।