ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ଖୁବ୍ ଆନନ୍ଦ ଉଲ୍ଲାସ ସହ ଧୁମଧାମରେ ପାଳନ କରାଯାଉଛି ବୁଦ୍ଧପୂର୍ଣ୍ଣିମା । ଏହି ଦିନ ମା’ ଲକ୍ଷ୍ମୀ ଏବଂ ବିଷ୍ଣ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଏବଂ ଭଗବାନଙ୍କୁ ଏହି ଦିନ ବୁଦ୍ଧ ଅବତାରରେ ଦେଖିବାକୁ ମିଳେ । ଏହାକୁ ବୈଶାଖ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଗୃହରେ ମା’ ଲକ୍ଷ୍ମୀ ଆଗମନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏଭଳି କିଛି କାମ କରନ୍ତୁ । ଯାହାଦ୍ୱାରା ଭାଗ୍ୟ ବଦଳି ଯିବ ।
ଏହି ପୂର୍ଣ୍ଣିମା ଦିନ ଗୃହରେ ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ସାମାନ୍ୟ ଭୁଲ ପାଇଁ ଲକ୍ଷ୍ମୀ ମାତା ରାଗି ଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ପୂର୍ଣ୍ଣିମା ଦିନ ଗୃହରେ ସୁଖ ଶାନ୍ତି ଏବଂ ଧନ ଲାଭ ପାଇଁ କ’ଣ କରିବା ଉଚିତ୍ ।
ପୂର୍ଣ୍ଣିମା ଦିନ ସକାଳୁ ଘର ସଫା କରି ଘରର ମୁଖ୍ୟ ଦ୍ୱାର ସାମ୍ନା ଧୋଇ ଦିଅନ୍ତୁ । ଏହାପରେ ଏକ ଗିନାରେ କିଛି ହଳଦୀ ନେଇ ଗୋଳାଇ ଦିଅନ୍ତୁ । ସେହି ହଳଦୀରେ ଘରର ମୁଖ୍ୟ ଦ୍ୱାରରେ ଏକ ଶ୍ୱସ୍ତି କରନ୍ତୁ । ଏବଂ ସେଥିରେ ସିନ୍ଦୁର, ଅରୁଆ ଚାଉଳ ଲଗାଇ ଧୁପକାଠି ବୁଲାନ୍ତୁ ।
ମା’ ଲକ୍ଷ୍ମୀଙ୍କୁ ସାଗୁଦାନା ଖୀରି ଭୋଗ ଲଗାନ୍ତୁ । ଏବଂ ସେହିଦିନ ଶ୍ରୀ ପୁରାଣ କିମ୍ବା ଲକ୍ଷ୍ମୀ ପୁରାଣ ପାଠ କରନ୍ତୁ । ଏହିଭଳି କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ ।