ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳ ମଧ୍ୟରେ ଆମ୍ବ ଅନ୍ୟତମ । ଏହା ଖରାଦିନେ ମିଳିଥାଏ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ସେତିକି ହିତକର । ଆମ୍ବରେ ଭରପୁର ମାତ୍ରାରେ ଫାଇବର,ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ବି୬, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ଭଳି ପୋଷକ ତତ୍ୱ ରହିଛି । ଏହାବ୍ୟତିତ ଆମ୍ବରେ କୋଲେଷ୍ଟ୍ରଲ ଏବଂ ସୋଡିୟମ ମାତ୍ରା ବହୁତ କମ୍ ରହିଛି । ତେବେ ଆସନ୍ତୁ ଜାଣିବା ଆମ୍ବ ସେବନର ଫାଇଦା ବିଷୟରେ…
– ଆମ୍ବରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ପରିମାଣର ରହିଛି । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଅଛି ତେବେ ଆମ୍ବ ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
– ଯଦି ଆପଣଙ୍କର ଓଜନ ବହୁତ କମ ଅଛି ତେବେ ଆପଣଙ୍କ ପାଇଁ ଆମ୍ବ ସେବନ ଫାଇଦା ହେବ । ଆମ୍ବରେ କ୍ୟାଲୋରୀ ଏବଂ ଷ୍ଟାର୍ଚ ଭରପୁର ମାତ୍ରାରରେ ରହିଛି । ଯାହା ଓଜନ ବଢାଇବାରେ ସହାୟକ ହୋଇଥାଏ ।
– ସେହିପରି ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଅଛି, ତେବେ ନିୟମିତ ଆମ୍ବ ସେବନ କରନ୍ତୁ । ଏଥିରେ ଭରପୁର ମାତ୍ରାରେ ଆଇରନ ରହିଥାଏ, ଯାହା ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ ।
– ପେଟ ପାଇଁ ଆମ୍ବ ସେବନ ଉପଯୋଗୀ ହୋଇଥାଏ । ନିୟମିତ ଆମ୍ବ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ଦୂୂର ହୋଇଥାଏ ।