ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ,ଶ୍ରମିକ. ଗରିବ ମାନଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ବାହାର ରଜ୍ୟରୁ ଆସିଥିବା ୫୫୪୭ ଶ୍ରମଜିବୀ ପାଇଁ ୩୬ ଶିବିରରରେ ରହଣି ଓ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହି ସବୁ ରାଜ୍ୟ ହେଲା ବିହାର ରାଜସ୍ଥାନ, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟ । ଏହା ସହ ସେ କହିଛନ୍ତି ଯେ ଜଣେ ସଂକ୍ରମିତ ବ୍ୟକ୍ତି ହରାହରାରି ୨ରୁ ୪ ଜଣଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । କିନ୍ତୁ କିଛି ଦେଶରେ ଦେଖା ଯାଇଛି ଯେ ଜଣେ ସଂକ୍ରମିତ ବ୍ୟକ୍ତି ଦ୍ରୁତ ଆକାରରେ ସଂକ୍ରକମଣ କରାଇଥାଏ । ଏହା ଦକ୍ଷିଣ କୋରିଆରେ ପ୍ରଥମେ ଦେଖାଯାଇଥିଲା ।
ଦକ୍ଷିଣ କୋରିଆର ଜଣେ ମହିଳା କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୋଟ ୧୧୬୦ ଜଣଙ୍କୁ ଏହି ଭାଇରସରେ ସଂକ୍ରମିତ କରାଇଥିଲେ । ସେ ମହିଳା ଜଣଙ୍କ ସାରା ବିଶ୍ୱରେ ପେସେଣ୍ଟ ନଂ ୩୧ ଭାବେ ପରିଚିତ । କରୋନା ଭାଇରସ ବର୍ତ୍ତମାନ ସୁଦ୍ଧା ୧୯୮ଟି ଦେଶକୁ ବ୍ୟାପି ସାରିଲାଣି । ସାରା ବିଶ୍ୱରେ ଏହି ଭାଇରସ ଦ୍ୱାରା ୫୩୭୧୩୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪୧୨୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଭାରତରେ ୭୫୩ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରୁ ୨୫୬ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୧୮୯ ନେଗେଟିଭ ଆସିଛି । ଗତକାଲି ଜଣେ କରୋନା ରେଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଏହା ସହ ସେ ଲୋକ ମାନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ ଜଣେ ପହରି ଦେଶର ସୁରକ୍ଷା ଦେବା ପାଇଁ ସୀମା ଉପରେ ସବୁବେଳେ ଜଗି ରହିଥାଏ । ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ପହରି ଜଣଙ୍କ ତା ଜାଗାରୁ ହଟି ନଥାଏ । ସେହିଭଳି ଆମକୁ ଆଗାମୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଘରେ ରହିବାକୁ ପଡିବ ।