ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଯୁଦ୍ଧ ପାଇଁ ସହାୟତାର ହାତ ବଢାଇଛି ଟାଟା ଗ୍ରୁପ୍ । ଏଥିପାଇଁ ରତନ ଟାଟା ଘୋଷଣା କରିଛନ୍ତି ଯେ କରୋନା ଲାଗି ୫୦୦ କୋଟି ଟଙ୍କା ସହାୟତା କରିବେ । ଏନେଇ ନିଜେ ରତନ ଟାଟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହି କହିଛନ୍ତି କି କରୋନା ବିପକ୍ଷ ଯୁଦ୍ଧ ପାଇଁ ଟାଟା ଟ୍ରଷ୍ଟ ୫୦୦ କୋଟି ଟଙ୍କା ସହାୟତା କରିବ ।
ଏହି ଫଣ୍ଡର ବ୍ୟବହାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ, ରେସ୍ପିରେଟରୀ ସିଷ୍ଟମ, ଟେଷ୍ଟିଙ୍ଗ କିଟ୍ସ କିଣିବା, ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ମଡ୍ୟୁଲାର ଉପଚାର ସୁବିଧା ବିକଶିତ କରିବା, ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଜନତାଙ୍କ ଟ୍ରେନିଂ ପାଇଁ କରାଯିବ ।
The COVID 19 crisis is one of the toughest challenges we will face as a race. The Tata Trusts and the Tata group companies have in the past risen to the needs of the nation. At this moment, the need of the hour is greater than any other time. pic.twitter.com/y6jzHxUafM
— Ratan N. Tata (@RNTata2000) March 28, 2020
ସେ ଟ୍ୱିଟ୍ କରି କହିଛନ୍ତି କି, କୋଭିଡ ୧୯ ସେହି ସବୁ କଠିନ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟେ, ଯାହାକୁ ଆମ ପୀଢି ସାମ୍ନା କରିବ । ପୂର୍ବରୁ ଦେଶର ଆବଶ୍ୟକତା ପାଇଁ ଟାଟା ଟ୍ରଷ୍ଟ ଏବଂ ଟାଟା ଗ୍ରୁପ୍ କମ୍ପାନୀ ଆଗକୁ ଆସିଛି । ଏହି ସମୟରେ ଏହାର ଅଧିକ ଆବଶ୍ୟକତା ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି,ଆମେ ସଂଗଠନର ସେହି ସମସ୍ତ ଲୋକଙ୍କ ପାଇଁ ବହୁତ କୃତଜ୍ଞ ସମ୍ମାନ କରୁଛୁ । ଯେଉଁମାନେ ଏହି ମହାମାରୀକୁ ଲଢିବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ।
ନିକଟରେ ସରକାରଙ୍କ ପକ୍ଷରୁ କମ୍ପାନୀଙ୍କୁ ଅନୁମତି ମିଳିଛି କି, ସେ ସିଏସଆର ଭଳି ଫଣ୍ଡ କୋଭିଡ୧୯ବିପକ୍ଷ ଯୁଦ୍ଧରେ କରିପାରିବେ । ଭାରତୀୟ କମ୍ପାନୀ ଗୁଡିକ ସିଏସଆର ଅନୁଯାୟୀ ବର୍ଷକୁ ପାଖାପାଖି ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।