ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ହୁ ହୁ ବଢି ଚାଲିଛି କରୋନା ଭାଇରସ । ଏହି ସଂକ୍ରମଣରେ ଆକ୍ରନ୍ତଙ୍କ ସଂଖ୍ୟର ଏକ ହଜାର ଟପିଥିବା ବେଳେ ଏଥିରେ୨୫ ଜଣଙ୍କର ଜୀବନ ଚାଲି ଗଲାଣି । ଏହାକୁ ମୁକବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଉଠାଯାଉଛି ।
ଅନ୍ୟପଟେ କରୋନା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ କିଛି ଲୋକ ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର କରୁଛନ୍ତି । ଏବେ ପୁଣି ଗୁଜବ ଉଠୁଛି କି ପବନ ଦ୍ୱାରା ଏହି ଭାଇରସ ବ୍ୟାପୁଛି । ଏହାକୁ ଖଣ୍ଡନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି କି, କରୋନା ଭାଇରସ କେବଳ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଆସିବା ପରେ ହିଁ ବ୍ୟାପେ । ପବନ ଦ୍ୱାରା ଏହି ଭାଇରସ ବ୍ୟାପେ ନାହିଁ । ଏହା ବ୍ୟକ୍ତିଙ୍କ ଥୁକିବା କଣିକାରୁ ବ୍ୟାପେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁଯାୟୀ,ଯଦି କୌଣସି ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏକ ମିଟର ଦୂରତ୍ୱରେ ଛିଡା ହୋଇଥିବେ । ତେବେ କରୋନା ଭାଇରସ ନିଶ୍ୱାସ ଜରିଆରେ ତାଙ୍କ ଶରୀରକୁ ପଳାଇଥାଏ । ସେଥିପାଇଁ ସଂକ୍ରମିତ ରୋଗୀଙ୍କ ଠାରୁ ଦୂରେଇ ରୁହନ୍ତୁ । ହାତକୁ ବାରମ୍ବାର ଧୁଅନ୍ତୁ ।