ମୁମ୍ବାଇ (ଏଟିଆର ବ୍ୟୁରୋ): ମାରାତ୍ମକ ମହାମାରୀ କରୋନା ଲାଗି ଦେଶବ୍ୟାପି ଲୋକେ କଲବଲ । ଏହି ଭାଇରସକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ବିଭିନ୍ନ କ୍ଷେତ୍ରରୁ ସହାୟତା ମିଳୁଛି । ଇତିମଧ୍ୟରେ ଏହି ଫଣ୍ଡକୁ ରେଲୱେ ସହାୟତା କରିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ରେଲୱେ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି କି କରୋନାରୁ ରକ୍ଷା ପାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପିଏମ କେୟାର ଫଣ୍ଡକୁ ୧୫୧ କୋଟି ଦାନ କରାଯିବ ।
କରୋନା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କେୟାର୍ସ ଫଣ୍ଡ ନାମରେ ଏକ ସାର୍ବଜନିକ ଧର୍ମାର୍ଥ ଟ୍ରଷ୍ଟ ସ୍ଥାପନା କରାଯାଇଛି ।
ପିୟୁଷ ଗୋୟଲ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ମୁଁ, ସୁରେଷ ଅଙ୍ଗଦି ଏକ ମାସର ବେତନ ଦାନ କରିବୁ । ଏହାସହିତ ୧୩ ଲକ୍ଷ ରେଲୱ କର୍ମଚାରୀ ଗୋଟେ ଦିନର ବେତନ ଦାନ କରିବେ । ଯାହା ପିଏମ କେୟାର୍ସ ଫଣ୍ଡରେ ୧୫୧ ଟଙ୍କା ସମାନ ହେବ ।