ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବସିବ । ବ୍ୟୟମଞ୍ଜୁରୀ ବିଲ୍ ପାରିତ ଲାଗି ଏହି ଅଧିବେଶନ ଲୋକସେବା ଭବନର ସମ୍ମୀଳନୀ କକ୍ଷରେ ବସିବ ।
ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ, ସେହି ରୋଗୀଙ୍କ ସଂଷ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିବାରୁ ବଜେଟ ଅଧିବେଶନ ବିଧାନସଭା ବଦଳରେ ଲୋକସେବା ଭବନରେ ହେବା ପାଇଁ ନିଷ୍ପତି ନିଆଯାଇଛି । ସେଥିପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ଗତକାଲି ସାନିଟାଇଜ୍ କରାଯିବା ସହି ବିଏମସିର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏହାକୁ ବିଶୋଧନ କରିଛନ୍ତି । ଏହି ସମ୍ମିଳନୀ କକ୍ଷରେ ୨ ମିଟର ଦୂରତ୍ୱ ଅନ୍ତରରେ ସମସ୍ତ ବିଧାୟକମାନେ ବସିବେ ।