ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଖୋଲା ଯାଇଥିବା ସ୍ୱତନ୍ତ୍ର ପିଏମ କେୟାର୍ସ ଫଣ୍ଡକୁ ଚାରିଆଡୁ ଦାନ ମିଳିଛୁ । ଇତିମଧ୍ୟରେ ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ଫଣ୍ଡକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଉଭୟ ପତି ପତ୍ନୀ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହାୟତା ରାଶି ଦେବା ପାଇଁ ନିଷ୍ପତି କରିଛନ୍ତି । ଏନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ମାତ୍ର କେତେ ଟଙ୍କା ଦାନ କରିବେ ସେନେଇ କୌଣସି ସ୍ପଷ୍ଟି କରଣ ଦେଇ ନାହାନ୍ତି ।
ବିରାଟ କୋହଲି ଟ୍ୱିଟ୍ କରି କହିଛନ୍ତି କି, ଅନୁଷ୍କା ଆଉ ମୁଁ ପିଏମ କେୟାର୍ସ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଣ୍ଡକୁ ନିଜର ସମର୍ଥନ ଦେବାର ପ୍ରତିଶୃତି କରୁଛୁ । ଏତେ ସାରା ଲୋକଙ୍କ ପୀଡାକୁ ଆମ ହୃଦୟ ଦେଖୁଛି ଏବଂ ଆମର ଯୋଗଦାନ କୌଣସି ମାତ୍ରାରେ ଆମ ଯନ୍ତ୍ରଣାକୁ କମ କରିବ ବୋଲି ଆମେ ଆଶା କରୁଛୁ ।
Anushka and I are pledging our support towards PM-CARES Fund & the Chief Minister's Relief Fund (Maharashtra). Our hearts are breaking looking at the suffering of so many & we hope our contribution, in some way, helps easing the pain of our fellow citizens #IndiaFightsCorona
— Virat Kohli (@imVkohli) March 30, 2020
ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଲାଣି । ଏହାସହିତ ଏଥିରେ ୨୮ ଜୀବନ ମଧ୍ୟ ଚାଲି ଗଲାଣି ।