ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ସଙ୍କଟରେ ପୁରା ଦେଶ । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ସପ୍ଲାଇକୁ ନେଇ ଚିନ୍ତାରେ ଲୋକ । ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ଏହି ଭୟାବହ ବାତାବରଣ ମଧ୍ୟରେ ଲୋକେ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବାରେ ଲାଗିଛନ୍ତି ।
ଏନେଇ ଇଣ୍ଡିଆନ୍ ଅଏଲ କର୍ପୋରେଶନ (ଆଇଓସି) ପକ୍ଷରୁ ଅପିଲ କରାଯାଇଛି କି, ଲକ୍ ଡାଉନ୍ ଅବସରରେ ଭୟବୀତ ହୋଇ ପ୍ୟାନିକ୍ ବୁକିଂ ବିଲକୁଲ୍ କରନ୍ତୁ ନାହିଁ । ଲୋକଙ୍କ ପ୍ୟାନିକ୍ ବୁକିଂକୁ ଦୃଷ୍ଟିରେ ରଖି ଆଇଓସି ପକ୍ଷରୁ ନିଷ୍ପତି ନିଆଯାଇଛି କି ଏବେ ୧୫ ଦିନ ପୂର୍ବରୁ ଗ୍ରାହକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବୁକିଂ କରି ପାରିବେ ନାହିଁ । ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ । ଲକ୍ ଡାଉନ୍ ସମୟରେ ଗ୍ୟାସ ସିଲିଣ୍ଡର ବିତରଣ ବ୍ୟବସ୍ଥା ବଳବତ୍ତର ରହିବ । ଭାରତରେ ଲକ୍ ଡାଉନ୍ ର ଅବଧି ଯେତେ ଦିନ ରହିଲେ ବି କୌଣସି ଅସୁବିଧା ହେବ ନାହିଁ । ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଷ୍ଟକ ଉପଲବ୍ଧ ଅଛି ।