ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିଜ ଘରଠାରୁ ବହୁତ ଦୂରରେ ନିୟୋଜିତ ହୋଇଥିବା ଯବାନଙ୍କୁ ଦୃଷ୍ଟିରେ ରଖି ସିଆରପିଏଫ୍ ପକ୍ଷରୁ ଫିଲ୍ଡ କାର୍ଯ୍ୟକାଳକୁ ୨୪ ଘଣ୍ଟିଆ ଚାଲୁ ରହୁଥିବା ହେଲ୍ପଲାଇନ୍ ସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ୱାରା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସେହି କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ କରାଯାଇ ପାରିବ ।
ସିଆରପିଏଫ ର ୨୩ ସେକ୍ଟରକୁ ୨୪ ଘଣ୍ଟିଆ ଚାଲୁ ରହୁଥିବା ଲ୍ୟାଣ୍ଡଲାଇନ୍ କନେକ୍ସନ ଏବଂ ହ୍ୱାଟ୍ସଆପ୍ ନଂ ସ୍ଥାପିତ କରିବା ଏବଂ ଏହାର ପ୍ରଚାର କରିବା ପାଇଁ କୁହାଯାଇଛି ।
ରିପୋର୍ଟ ମୁତାବକ, କରୋନା ପାଇଁ ଦେଶରେ ଜାରି ରହିଥିବା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଆରପିଏଫ୍ ର ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି କି , ଆମକୁ ଆମ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କର ଦେଖାରଖା କରିବା ଉଚିିତ୍ । ଯେଉଁମାନେ ନିଜ ଘର ଠାରୁ ଦୁରରେ ରହୁଛନ୍ତି । ଅଧିକାରୀ ଏବଂ ଯବାନଙ୍କୁ ତାଙ୍କ ପରିବାର ଚିନ୍ତାରୁ ମୁକ୍ତ କରିବା ପାଇଁ ଏହି ବ୍ୟବସ୍ଥା କରିବା ଆବଶ୍ୟକ ।
ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ସେହି ସବୁ ପରିବାର ଉପରେ ବିଶେଷ ଧ୍ୟାନ ରଖିବା ପାଇଁ କୁହାଯାଇଛି । ଯାହାଙ୍କ ପତ୍ନୀ ତାଙ୍କ ପିଲାଙ୍କ ସହ ଏକୁଟିଆ ରହୁଛନ୍ତି ଏବଂ ଯେଉଁ ପରିବାରରେ ପିତା-ମାତା ଏକୁଟିଆ ରହୁଛନ୍ତି ।