ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନର ପ୍ରକୋପ ଥମିବାର ନାଁ ଧରୁନି । ଏହି ଭାଇରସକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସେହିପରି ପିପିଇ ମାସ୍କ ଏବଂ ଭେଣ୍ଟିଲେଟରର ଆବଶ୍ୟକତା ପୁରଣ କରିବା ଲାଗି ଆବଶ୍ୟକ ବସ୍ତୁ ଉତ୍ପାଦନ କରୁଥିବା କାରଖାନ ଗୁଡିକ ୨୪ ଘଣ୍ଟିଆ କାମରେ ଲାଗିଛନ୍ତି । ଏବଂ ଚିକିତ୍ସା କର୍ମୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି କରିବାରେ ଚେଷ୍ଟା ଜାରି ରଖିଛନ୍ତି ।
ସେହିପରି ଭାରତ ଇଲୋକ୍ଟ୍ରନିକ ଲିମିଟେଡ କୁ ଅଗାମୀ ଦୁଇ ମାସ ମଧ୍ୟରେ ସ୍ଥାନୀୟ ନିର୍ମାତାଙ୍କ ସହ ମିଶି ୩୦ ହଜାର ଭେଣ୍ଟିଲେଟର ବନେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦେଶର ଅଲଗା ଅଲଗା ହସ୍ପିଟାଲରେ ୧୪ ହଜାରରୁ ଅଧିକ ଭେଣ୍ଟିଲେଟର୍ସ କରୋନା ଭାଇରସ ରୋଗୀଙ୍କ ପାଇଁ ଉପଲବ୍ଧ ଅଛି । ଏହାସହିତ ନୋଏଡାର ଆଗଭା ହେଲ୍ଥକେୟାର କୁ ଗୋଟେ ମାସ ଭିତରେ ୧୦ ହଜାର ଭେଣ୍ଟିଲେଟର ତିଆରି କରିବା ପାଇଁ କୁହାଯାଇଛି । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ଭେଣ୍ଟିଲେଟର୍ସ ବିତରଣ ପାଇଁ କୁହାଯାଇଛି ।
ସେହିପରି ରକ୍ଷା ଅନୁସନ୍ଧାନ ଏବଂ ବିକାସ ସଂଗଠନ (ଡିଆରଡିଓ) ଅଗାମୀ ସପ୍ତାହରୁ ପ୍ରତ୍ୟେକ ଦିନ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବ । ବର୍ତ୍ତମାନ ଦେଶରେ ଥିବା ହସ୍ପିଟାଲରେ ୧୧ ଲକ୍ଷ ୯୫ ହଜାର ଏନ୯୫ ମାସ୍କ ଷ୍ଟକରେ ରହିଛି । ଦୁଇଟି ଘରୋଇ ମାନ୍ୟୁଫ୍ୟାକଚର୍ସ କମ୍ପାନୀ ପ୍ରତ୍ୟେକ ଦିନ ୨୦ ହଜାର ୫୦ ହଜାର ଏନ୯୫ ମାସ୍କ ତିଆରି କରୁଛନ୍ତି । ଆଗାମୀ ସପ୍ତାହରେ ଏହାକୁ ବୃଦ୍ଧି କରାଯାଇ ଦିନକୁ ଏକ ଲକ୍ଷ ମାସ୍କ ତିଆରି କରାଯିବ । ଅନ୍ୟପଟେ ରେଡକ୍ରସ ପକ୍ଷରୁ ଆଜି ୧୦ ହଜାର ପିପିଇ ମାନେ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ ଦାନ କରାଯାଇଛି । ସେହିଅନୁଯାୟୀ ୨୦ ଲକ୍ଷ ପିପିଇ ପାଇଁ ସାଉଥ କୋରିଆର ଏକ ଫାର୍ମର ଅର୍ଡର ଦିଆଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ଏହାର ବିତରଣ ଆରମ୍ଭ ହୋଇଯିବ ।
ସେହିପରି ୧୦ ଲକ୍ଷ ପିପିଇ କିଟ୍ ପାଇଁ ସିଙ୍ଗାପୁରର ଏକ ଫାର୍ମକୁ ଅର୍ଡର ଦିଆଯାଇଛି । ବର୍ତ୍ତମାନ ଦେଶରେ ଥିବା ଅଲଗା ଅଲଗା ହସ୍ପିଟାଲରେ ୩ ଲକ୍ଷ ୩୪ ହଜାର ପିପିଇ ରହିଛି । ଏପ୍ରିଲ ୪ ମଧ୍ୟରେ ଆହୁରି ୩ ଲକ୍ଷ ପିପିଇ ଉପଲବ୍ଧ କରାଯିବ । ଏହାସହିିତ ୧୨ ଟି ଅଲଗା ଅଲଗା ଘରୋଇ କମ୍ପାନୀ ଗୁଡିକୁ ୨୬ ଲକ୍ଷ ପିପିଇ ପାଇଁ ଅର୍ଡର ଦିଆସରିଛି । ବର୍ତ୍ତ ସେହି କମ୍ପାନୀ ଗୁଡିକ ପ୍ରତିଦିନ ୬ ରୁ ୭ ହଜାର ପିପିଇ ତିଆରି କରୁଛନ୍ତି । ଆଗାମୀ ୧୫ ଏପ୍ରିଲ ମଧ୍ୟରେ ଏହା ପ୍ରତିଦିନ ୧୫ ହଜାରକୁ ବୃଦ୍ଧି ହେବ ।
ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସରେ ଏକ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ଏହାସହିତ ଏହି ଭାଇରସରେ ୨୯ ଲୋକଙ୍କ ଜୀବନ ଚାଲି ଗଲାଣି ।