ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନାକୁ ହରାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । ଏପରିକି କରୋନା ମୁକାବିଲା ପାଇଁ ଚାରିଆଡୁ ସହାୟତାର ସୁଅ ଛୁଟୁଛି । ଇତିମଧ୍ୟରେ କିଙ୍ଗଫିସରର ମାଲିକ ତଥା ମଦ୍ୟ ସମ୍ରାଟ ବିଜୟ ମାଲ୍ୟା ସରକାରଙ୍କୁ ଏକ ପ୍ରସ୍ତାବ ରଖିଛନ୍ତି । ଦେଶର ଏଭଳି ପରିସ୍ଥିତିରେ ସେ ବ୍ୟାଙ୍କ ଠାରୁ ନେଇଥିବା ଋଣ ପରିଶୋଧ କରିବେ ବୋଲି କହିଛନ୍ତି ।
କିଙ୍ଗଫିସର ଏୟାରଲାଇନ୍ ଦ୍ୱାରା ଉଦ୍ଧାର ନେଇଥିବା ୧୦୦ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ ମାଲ୍ୟା ପ୍ରସ୍ତୁତ ଅଛନ୍ତି । ମାଲ୍ୟା କହିଛନ୍ତି କି, ଋଣ ଟଙ୍କା ବ୍ୟାଙ୍କ ଫେରାଇବା ଲାଗି ବାରମ୍ବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏନେଇ ବ୍ୟାଙ୍କଗୁଡିକ ଜମା ଶୁଣୁ ନାହାନ୍ତି । ଏପରିକି ଇଡି ମଧ୍ୟ ଶୁଣୁ ନାହିଁ । ମୋର ଆଶା ରହିଛି କି ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ମୋ କଥା ଶୁଣିବେ । ସେପଟେ ସରକାରଙ୍କ ପକ୍ଷରୁ ମୋର ସବୁ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି ।
I have made repeated offers to pay 100 % of the amount borrowed by KFA to the Banks. Neither are Banks willing to take money and neither is the ED willing to release their attachments which they did at the behest of the Banks. I wish the FM would listen in this time of crisis.
— Vijay Mallya (@TheVijayMallya) March 31, 2020
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ସରକାର ପୁରା ଦେଶକୁ ବନ୍ଦ କରି ଯାହା ବି କରିଛନ୍ତି, ତାହା ଅକଳ୍ପନୀୟ ଥିଲା । ମୁଁ ଏହାକୁ ସମ୍ମାନ କରୁଛି ।
ମଦ୍ୟ ସମ୍ରାଟ ବିଜୟ ମାଲ୍ୟାଙ୍କ ନାଁରେ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କାର ଠକେଇ ମାମଲା ରହିଛି ।