ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଲକ୍ ଡାଉନ ଅବସରରେ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ରାଜସ୍ୱ ପ୍ରାପ୍ତିରେ ହ୍ରାସ କୁ ଦୃଷ୍ଟିରେ ରଖି ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ବେତନ ରେ ୨୫ ରୁ ୬୦ ପ୍ରତିଶତ କାଟ୍ କରିବା ପାଇଁ ମଙ୍ଗଳବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିିତ୍ ପାୱାର ଆଦେଶ ଦେଇଛନ୍ତି ।
ସେହି ଅନୁସାରେ ମୁଖ୍ୟମନ୍ତ୍ରୀ, ବିଧାୟକ ଏବଂ ବିଧାନ ପରିଷଦ ସମେତ ଅନ୍ୟ ଜନପ୍ରତିନିଧିଙ୍କ ମାର୍ଚ୍ଚ ମାସର ବେତନରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍ କରାଯିବ । ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ର ଅଧିକାରୀଙ୍କ ବେତନରେ ୫୦ ପ୍ରତିଶତ ହ୍ରାସ ହେବ, ସେହିପରି ଗ୍ରୁପ୍ ସି ର କର୍ମଚାରୀଙ୍କ ବେତନରୁ ୨୫ ପ୍ରତିଶତ ହ୍ରାସ କରାଯିବ । ମାତ୍ର ଗ୍ରାପ୍ ଡି କର୍ମଚାରୀଙ୍କ ବେତନରେ କୌଣସି କାଟ୍ ହେବ ନାହିଁ ।
ସୂଚନାଯୋଗ୍ୟ, ଦେଶରେ ବ୍ୟାପିଥିବା କରୋନା ଭାଇରସର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ଛୁଇଁଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।