ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ସଙ୍କଟ ବଢିବାରେ ଲାଗିଛି । ଏନେଇ ଚିନ୍ତାରେ ସରକାର । ଇତିମଧ୍ୟରେ ଏବେ କରୋନା ନମୁନା ପରୀକ୍ଷା କରିବା ଲାଗି କଟକର ଏସସିବି ହସ୍ପିଟାଲକୁ ଅନୁମତି ଦେଇଛି ଆଇସିଏମଆର । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଏହାସହିତ ବହୁତ ଶୀଘ୍ର ବ୍ରହ୍ମପୁରରେ ଥିବା ଏମକେସିଜି ଏବଂ ବୁର୍ଲାରେ ଥିବା ଭିମସାର ରେ କରୋନା ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
#Covid19 testing started in SCB MC&H today, making it third such facility after RMRC and AIIMS in Odisha. #Odisha Govt is taking expeditious steps to start test units at another two medical colleges. @HFWOdisha#OdishaFightsCorona
— I & PR Department, Odisha (@IPR_Odisha) March 31, 2020
ଅନ୍ୟପଟେ ଭୁବନେଶ୍ୱରରେ ଥିବ ଏମ୍ସ ହସ୍ପିଟାଲରେ କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇସାରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟୀରେ ରଖି ଅଧିକ ପରୀକ୍ଷା କେନ୍ଦ୍ର ଖୋଲା ଯିବା ଉଚିତ୍ ।
ସୂଚନା ଯୋଗ୍ୟ, ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ କରୋନା ପୁରା ବିଶ୍ୱକୁ କବ୍ଚା କରି ରଖିଛି । ଅଥିରେ ଅନେକ ଲୋକଙ୍କ ଜୀବନ ଚାଲି ଗଲାଣି ।