ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଉତ୍କଳ ଦିବସ । ୧୯୩୬ ମସିହା ଠିକ ଆଜିର ଦିନରେ ସ୍ୱତନ୍ତ୍ର ଭାବେ ଓଡିଶା ରାଜ୍ୟ ଗଠନ ହୋଇଥିଲା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, ଗୌରୀ ଶଙ୍କର ରାୟଙ୍କ ପରି ବରପୁତ୍ରଙ୍କ ସ୍ୱତନ୍ତ୍ର ଋଣନୀତି ଓ ତ୍ୟାଗ ପାଇଁ ଆମେ ଆଜି ନିଜକୁ ଓଡିଆ ବୋଲି ଗର୍ବ ଅନୁଭବ କରୁଛେ ।
ତେବେ ପ୍ରତିବର୍ଷ ଭଳି ଏବର୍ଷ ଆଡମ୍ବର ସହିତ ପାଳନ ହେଉନାହିଁ ଉତ୍କଳ ଦିବସ । ସାରା ବିଶ୍ୱ ଏବେ କରୋନା ସହିତ ଲଢୁଥିବା ବେଳେ ଆମ ଦେଶ ଓ ରାଜ୍ୟ ମଧ୍ୟ କରୋନା ଭାଇରସ ସହିତ ଲଢେଇ କରୁଛି । ତେବେ ଆଜି ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆରେ ଟ୍ୱିଟ କରି ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧଶାଳୀ ହେଉ ଏହା ହିଁ ମୋର କାମନା । #OdishaDay
— President of India (@rashtrapatibhvn) April 1, 2020
ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା ।
Utkala Dibasa greetings to my sisters and brothers of Odisha. Praying for Odisha's constant progress and prosperity in the times to come.
— Narendra Modi (@narendramodi) April 1, 2020