ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖେରେ ଦାବି କରାଯାଇଛି ଟେଷ୍ଟିଙ୍ଗ କିଟ ଓ ଛିକିତ୍ସା ଉପକରଣ ଯୋଗାଇ ଦେବାକୁ । କରୋନା ସ୍ଥିତି ସମୀକ୍ଷା ପାଇଁ ଆଜି ଲୋକସେବା ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା ହୋଇଛି । ଏହି ବୈଠକରେ ରାଜ୍ୟ ଗୃହ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ ।
ଦିଲ୍ଲୀ ନିଜାମ ଉଦ୍ଦିନ ବାବଦରେ ମଧ୍ୟ ଏଠି ଆଲୋଚନା ହୋଇଛି । ରାଜ୍ୟ ପୋଲିସ ପକ୍ଷରୁ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ରକୁ ସୂଚନା ଦିଆଯାଇଛି । ସେମାନଙ୍କୁ ଯଥା ଶୀଘ୍ର ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦେଶ ହୋଇଛି । ଏହି ଅବସରରେ ରାଜ୍ୟକୁ କରୋନା ମୁକାବିଲା ପାଇଁ ଅଧିକ ଟେଷ୍ଟିଙ୍ଗ କିଟ ଓ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ରାଜ୍ୟ କେନ୍ଦ୍ର ପାଖରେ ଦାବି କରିଛି ରାଜ୍ୟ ।