ରାଉଲକେଲା(ଏଟିଆର ବ୍ୟୁରୋ): କରୋନା ପାଇଁ ଚିନ୍ତାରେ ରାଜ୍ୟ । ସେଥିପାଇଁ ଆଜି ରାଉଲକେଲାରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା । ଅଗ୍ନିଶମ କର୍ମଚାରୀମାନେ ଆମ୍ବେଦକର ଛକ ଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ କେମିକାଲ ସ୍ପ୍ରେ କରି ବିଶୋଧିତ କରୁଛନ୍ତି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।
ଏହାପୂର୍ବରୁ ପ୍ରଥମେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଏହି ବିଶୋଧନ ପ୍ରକ୍ରିୟା । ଭୁବନେଶ୍ୱରର ମୁଖ୍ୟ ସ୍ଥାନ ତଥା ବିଭିନ୍ନ ଅଞ୍ଚଳରେ ଏହି ବିଶୋଧନ ପ୍ରକ୍ରିୟା ଏବେ ବି ଜାରି ରହିଛି । କେମିକାଲ ଦ୍ୱାରା ଭୁତାଣୁକୁ ମାରିବା ଲାଗି ବିଏମସି ପକ୍ଷରୁ ଏହି ପ୍ରକ୍ରିୟା ବିଭିନ୍ନ ସ୍ଥାନରେ ଜାରି ରହିଛି ।