ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଚୈତ୍ର ରାମ ନବମୀ । କିନ୍ତୁ ଏହି ପିବତ୍ର ଉତ୍ସବ ଆଜି ଫିକା ପଡିଛି । କୌଣସି ଧୁମ୍ ଧାମ୍ ରେ ବା ଜାକ ଜମକରେ ଏହି ଉତ୍ସବକୁ ପାଳନ କରାଯାଉନାହିଁ । ନରାଡମ୍ବର ଭାବେ ମନ୍ଦିରରେ ଏହି ଉତ୍ସବ ପାଳନ ହେଉଛି । ଏହାର ମୁଖ୍ୟ କାରଣ ହେଉଛି କରୋନା ଭାଇରସ ।
ଆଜିର ଦିନରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ରାମଚନ୍ଦ୍ର । ସେଥିପାଇଁ ଏହି ଦିନକୁ ଖୁବ୍ ଆଡମ୍ବର ସହ ପାଳନ କରାଯାଇଥାଏ । କିନ୍ତୁ ମାରାତ୍ମକ ଭାଇରସ ପାଇଁ ସାମାଜିକ ଦୁରତା ରକ୍ଷା କରିବା ଲାଗି ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ କେବଳ ରାମ ଜନ୍ମତ୍ସୋବ ସହ ଜଡିତ କାର୍ଯ୍ୟକ୍ରମ କରାଯାଉଛି । ଏଥି ପାଇଁ କୌଣସି ଗହଳି ନାହିଁ । କିଛି ସେବାୟତ ମାନଙ୍କ ଦ୍ୱରା ଏହି କାର୍ଯ୍ୟକ୍ରମ କରାଯାଉଛି ।
ସେହିପରି ଭୁବନେଶ୍ୱରର ସବୁଠାରୁ ବଡ ରାମମନ୍ଦିର ଆଜି ଖାଁ ଖାଁ ପଡିଛି । ମନ୍ଦିରେ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳୁ ନାହିଁ । କିଛି କିଛି ଶ୍ରଦ୍ଧାଳୁ ବାହାରେ ନଡିଆ ବାଡେଇ ପ୍ରର୍ଥନା କରିଥିବାର ଦେଖିବାକୁ ମିଳିଛି ।