ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ଲଢିବା ଲାଗି ଦେଶବାସୀଙ୍କୁ ମୋଦିଙ୍କ ଆଉ ଏକ ଆହ୍ୱାନ । ଏପ୍ରିଲ ୫ ତାରିଖ ମାନେ ରବିବାର ରାତି ୯ଟାରେ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ । ଏହାପରେ ସମସ୍ତେ ଆପଣଙ୍କ ଦୁଆର କିମ୍ବା ବାଲକୋନିରେ ମୋବାଇଲ ଲାଇଟ୍, ଟର୍ଚ୍ଚ ଲାଇଟ କିମ୍ବା ମହମବତୀ କୁ ୯ ମିନିଟ୍ ପର୍ଯ୍ୟନ୍ତ ଜାଳନ୍ତୁ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହାସହିତ ଏହି ଲକ୍ ଡାଉନ୍ କୁ ସମ୍ମାନ ଦେଇଥିବାରୁ ସେ ମସସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି ଏହି କରୋନା ସଙ୍କଟ ପାଇଁ ଯେଉଁ ଅନ୍ଧକାର ସୃଷ୍ଟି ହୋଇଛି, ତାକୁ ସମାପ୍ତ କରି ଆମକୁ ଆଲଅକୁ ବଢାଇବାର ଅଛି । ଏହି ଅନ୍ଧକାରମୟ କରୋନା ସଙ୍କଟକୁ ପରାଜିତ କରିବା ପାଇଁ ଆମକୁ ଆଲୋକର କିରଣକୁ ଚାରିଆଡେ ବିସ୍ତୃତ କରିବାରେ ଅଛି । ସେଥିପାଇଁ ଆସନ୍ତା ୫ ତାରିଖରେ ଆମେ ସମସ୍ତେ ମିଶି କରୋନା ସଙ୍କଟର ଅନ୍ଧକାରକୁ ଚାଲେଞ୍ଜ କରି ତାକୁ ଆଲୋକ ଶକ୍ତିର ପରିଚୟ କରାଇବାର ଅଛି । ଏହାସହିତ ୧୩୦ କୋଟି ଦେଶବାସୀଙ୍କୁ ମହାଶକ୍ତିର ଜାଗରଣ କରାଇବାର ଅଛି ।
A video messsage to my fellow Indians. https://t.co/rcS97tTFrH
— Narendra Modi (@narendramodi) April 3, 2020
ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ଆଲୋକରେ ଆପଣ ଏକୁଟିଆ ନାହାନ୍ତି ବୋଲି ସଂକଳ୍ପ ନିଅନ୍ତୁ । ଏଥିରେ କେହି ବି ଏକୁଟିଆ ନାହାନ୍ତି । ସବୁଠୁ ମୂଳ କଥା ହେଉଛି ଏହି ଆୟୋଜନ ସମୟରେ କେହି ବି ଏକାଠି ହୋଇ ଗହଳି କର ନାହିଁ । ରାସ୍ତା, ଘାଟ, ଗଳି, କନ୍ଦିକୁ ଯାଆନ୍ତୁ ନାହିଁ । ଆପଣ ଆପଣଙ୍କ ଘରେ ରହି ଏହାକୁ କରନ୍ତୁ । ସାମାଜିକ ଦୁରତା ଲକ୍ଷ୍ମଣ ରେଖାକୁ କଦାପି ପାର୍ କରିବେ ନାହିଁ ।