ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଢି ଚାଲିଛି କରୋନା ସଙ୍କଟ । ଏନେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା । ମାତ୍ର ଏଭଳି ସ୍ଥିତିରେ ରାସ୍ତାରେ ବୁଲୁଥିବା ପଶୁ ତଥା ଗାଇ ଏବଂ କୁକୁର ମାନେ କୌଣସି ସ୍ଥାନରୁ ଖାଦ୍ୟ ନପାଇ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ରାଜ୍ୟସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ନିଆଯିବା ସହ ପଶୁଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି । ପଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଉଠାଇଥିବାରୁ ତାଙ୍କୁ ପେଟା ଇଣ୍ଡିଆ ପକ୍ଷରୁ ସମ୍ମାନିତ କରାଯିବ । ସେହିଅନୁଯାୟୀ ‘ହିରୋ ଟୁ ଆନିମଲ୍ସ’ ପୁରସ୍କାରରେ ପୁରସ୍କୃତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲକ୍ ଡାଉନ୍ ସମୟରେ ୪୮ଟି ମ୍ୟୁନିସିପାଲିଟି ରେ ଥିବା ବୁଲା କୁକର ଏବଂ ଗାଇ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ରିଲିଫ୍ ଫଣ୍ଡରୁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା ।