ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ସମାବେଶରୁ କେତେ ଲୋକ ଓଡିଶାକୁ ଫେରିଛନ୍ତି । ସେ ସମସ୍ତଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି ଲେଖି ୫ଟି ସଚିବ ଭି.କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି କି, ଜିଲ୍ଲାପାଳ ଏବଂ ପୋଲିସ ନିଜ ସୋର୍ସ ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରନ୍ତୁ । ସାମ୍ନାକୁ ଆସିବା ପାଇଁ ସେମାନଙ୍କୁ ସାହାସ ଦିଅନ୍ତୁ । ଏହାସହିତ ତଥ୍ୟ ଜଣାଇବା ଲାଗି ଆହ୍ୱାନ ଦିଅନ୍ତୁ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ପ୍ରଦାନ କରାଯିବ । ତଥ୍ୟ ଦେବାରେ ଯଦି ଉକ୍ତ ବ୍ୟକ୍ତି ବିଳମ୍ବ କରନ୍ତି ତେବେ ତାହା ସମସ୍ତଙ୍କ ପାଇଁ ମହଙ୍ଗା ପଡିପାରେ ।