ଭବାନୀପାଟଣା (ଏଟିଆର ବ୍ୟୁରୋ): ଗତକାଲି ପୁଣି ଆଉ ଏକ କରୋନା ରୋଗୀ କଳାହାଣ୍ଡିରୁ ଚିହ୍ନଟ ହୋଇଛନ୍ତି । ଏହାପରେ କଳାହାଣ୍ଡି ଜିଲା ପ୍ରଶାସନ ତତ୍ପର ହେବା ସହ ବଡ ପଦକ୍ଷେପ ଗ୍ରହଣ କରିଛି । କଳାହାଣ୍ଡି ଖମାର ହଳଦୀ ପଞ୍ଚାୟତ ଅଞ୍ଚଳକୁ ସଟ୍ ଡାଉନ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଅଞ୍ଚଳରେ ପ୍ରବେଶ ନିଷେଧ । କେହି ଏହି ଅଞ୍ଚଳକୁ ଯାଇପାରିବେନି କି ଆସି ବି ପାରିବେନି ।
ସୂଚନାଯୋଗ୍ୟ, ଗତକାଲି ରାତିରେ କଳାହାଣ୍ଡିରୁ ଆଉ ଏକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେ ଜଣେ ୨୯ ବର୍ଷିୟ ଯୁବକ । ସେ ବିଦେଶରେ ରହି ଫିଟର କାମ କରନ୍ତି । ଗତ କିଛି ଦିନ ହେବ ସେ ବିଦେଶରୁ ଫେରିଥିଲେ ।