ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରିପେଡ ଗ୍ରାହକଙ୍କୁ ଝଟକା ଦେଇଛି ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) । କମ୍ପାନୀ ତାର ଲଙ୍ଗ ଟର୍ମ ପ୍ଲାନର ବୈଧତା କମ କରିଦେଇଛି । ସେହିଅନୁଯାୟୀ ୧୬୯୯ ଟଙ୍କିଆ ପ୍ରିପେଡ ପ୍ଲାନର ବୈଧତାକୁ ହ୍ରାସ କରାଯାଇ ୩୦୦ ଦିନ କରାଯାଇଛି । ଏହାପୂର୍ବରୁ ଏହି ପ୍ଲାନର ବୈଧତା ୩୬୫ ଦିନ ଥିଲା ।
ସେହିପରି ଏହି ପ୍ଲାନରେ ୧୦୦ ଏସଏମଏସ ଏବଂ ୨ଜିବି ମୋବାଇଲ ଡାଟା ଗ୍ରାହକଙ୍କୁ ମିଳିଥାଏ । ଏହାବ୍ୟତିତ ଭଏସ କଲିଂ ପାଇଁ ୨୫୦ ମିନିଟ୍ ଦିଆଯାଇଥାଏ । ଏହି ପ୍ଲାନ୍ ବୈଧତା ୩୬୫ ଦିନ ପାଇଁ ଥିଲା କିନ୍ତୁ କମ୍ପାନୀ ପକ୍ଷରୁ ଏହାର ବୈଧତାକୁ ହ୍ରାସ କରାଯାଇ ୩୦୦ ଦିନ କରାଯାଇଛି ।
ଅନ୍ୟପଟେ କମ୍ପାନୀ ତାର ୧୮୭ ଟଙ୍କିଆ ପ୍ଲାନ୍ ରେ ବି ପରିବର୍ତ୍ତନ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୩ ଜିବି ଡାଟା ମିଳୁଥିଲା ଏବେ ତାକୁ ହ୍ରାସ କରାଯାଇ ୨ ଜିବି ଡାଟା କରାଯାଇଛି । ୨୮ ଦିନିଆ ବୈଧତା ବିଶିଷ୍ଟ ଏହି ପ୍ଲାନରେ ଭଏସ କଲିଂ ପାଇଁ ୨୫୦ ମିନିଟ୍ ଏବଂ ୧୦୦ ଏସଏମଏସ ମିଳିଥାଏ ।