ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୟଙ୍କର ରୂପ ନେଉଛି ମାରାତ୍ମକ ଭାଇରସ କରୋନା । ଏନେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ରବିବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଏପ୍ରିଲ ୧୪ରେ କରୋନା ଭାଇରସ ସଙ୍କଟର ସ୍ଥିତି ସମୀକ୍ଷା କରାଯିବ । ଏହାପରେ ଯାଇ ସ୍କୁଲ, କଲେଜ ଖୋଲିବା ଉପରେ ନିଷ୍ପତି ନେବେ ସରକାର । ଛାତ୍ର-ଛାତ୍ରୀ ଏବଂ ଅଧ୍ୟାପକଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋପରି ଅଟେ । ଯଦି ଏପ୍ରିଲ ୧୪ ପରେ ବି ସ୍କୁଲ ଏବଂ କଳେଜକୁ ବନ୍ଦ ରଖିବାକୁ ଆବଶ୍ୟକ ପଡିଲା ତେବେ ପାଠ ପଢାରେ ଛାତ୍ର-ଛାତ୍ରୀଙ୍କର କୌଣସି କ୍ଷତି ହେବ ନାହିଁ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏହାସହିତ ବର୍ତ୍ତମାନ ବିଭିନ୍ନ ସରକାରୀ ପ୍ଲାଟଫର୍ମ ବ୍ୟବହାର କରାଯାଇ ଅନପଲାଇନ ଯୋଗେ ଛାତ୍ର-ଛାତ୍ରୀଙ୍କୁ ପାଠ ପଢାଯାଉଛି ।
ଗଣମାଧ୍ୟମକୁ ସାକ୍ଷାତକରି ସେ କହିଛନ୍ତି, ବର୍ତ୍ତମାନର ସ୍ଥିତିରେ କୌଣସି ନିଷ୍ପତି ନେବା କଷ୍ଟକର ଅଟେ । ଏପ୍ରିଲ ୧୪ରେ ଆମେ ସ୍ଥିତିର ସମୀକ୍ଷା କରିବ ଏବଂ ପରିସ୍ଥିତି ଅନୁଯାୟୀ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ନିଷ୍ପତି ନିଆଯିବ । ଦେଶରେ ୩୪ କୋଟି ଛାତ୍ର ଅଛନ୍ତି ।