ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୩୯ ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କଡା ପକ୍ଷକ୍ଷେପ ଗ୍ରହଣ କରାଯାଇଛି ।
ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ସେହି ଅନୁଯାୟୀ ଜରୁରୀ ସାମଗ୍ରୀ ଯେପରି ଘରମାନଙ୍କରେ ପହଁଚିବ ସେନେଇ ବିଏମସି ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି । ମୋବାଇଲ ଭ୍ୟାନ ଯୋଗେ ଘର ଗୁଡିକରେ ହୋମ ଡେଲିଭରିର ସୁବିଧା କରାଯାଇଛି । ଏହାସହିତ ବିଏମସି ଦ୍ୱାରା ୬୭ ୱାର୍ଡରେ ୬୮ ଟି ୱାର୍ଡ ଚିହ୍ନଟ କରାଯାଇଛି, ଯେଉଁଠି ଡେଲି ମାର୍କେଟ ବସିବ । ଏହାଛଡା ଅନ୍ୟ କେଉଁ ସ୍ଥାନରେ ବ୍ୟବସାୟୀ ବସି ପାରିବେ ନାହିଁ ।