ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ଗୋଟେ ପରେ ଗୋଟେ ପଦକ୍ଷେପ ନେଇ ଚାଲିଛନ୍ତି । ଲୋକେ ଯେପରି ଘରୁ ନବାହାରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ସେନେଇ ବାରମ୍ବାର ସରକାରଙ୍କ ପକ୍ଷରୁ ସତର୍କ କରାଯାଉଛି । ଇତିମଧ୍ୟରେ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିରେ ସେଚ୍ଛାକୃତ ସେବା ଯୋଗାଇ ଦେବା ଲାଗି ଓଡିଶା ସହିତ ସମଗ୍ର ଦେଶର ଡାକ୍ତରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କରୋନା ଲଢେଇରେ ଆଗାଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର । ସେଥିପାଇଁ ଏବେ ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ୧୯ ପାଇଁ ଟେଲିମେଡିସିନ୍ ହେଲପଲାଇନ୍-୧୪୪୧୦ ଆରମ୍ଭ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସେବା ୨୪ ଘଣ୍ଟିଆ ସେବା ଯୋଗାଇବ । ଏହାଦ୍ୱାରା ସମଗ୍ର ରାଜ୍ୟର ଲୋକେ ଚିକିତ୍ସାର ସହାୟତା ପାଇ ପାରିବେ । ଏଥିରେ ଡାକ୍ତରୀ ପରାମର୍ଶ ସମ୍ପୂର୍ଣ୍ଣ ମାଗଣା । ଯେଉଁ ବ୍ୟକ୍ତିଙ୍କର କୋଭିଡ୧୯ ଲକ୍ଷଣ ପରିଲିକ୍ଷିତ ହେଉଥିବ ଅବା ଜ୍ୱର, ଥଣ୍ଡା, କାଶ, ଥକ୍କାପଣ ଅନୁଭବ କରୁଥିବେ, ସୋମନେ ଏହି ହେଲ୍ପଲାଇନ୍ ନଂରେ କଲ୍ କରି ସହାୟତା ନେଇ ପାରିବେ ।
ଅନ୍ୟପଟେ ଏହି ସେବାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସମସ୍ତ ଡାକ୍ତରମାନେ ଯେପରି ଏଥିରେ ସହଯୋଗ କରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
Hon'ble CM Shri @Naveen_Odisha has appealed to all Doctors to volunteer in the fight against #COVID19 by registering themselves on https://t.co/jbKB6OosMU to provide assistance through Telemedicine Helpline: 14410 pic.twitter.com/dKU3kF5cX2
— H & FW Dept Odisha (@HFWOdisha) April 7, 2020