ଗଞ୍ଜାମ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାସହିତ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପମାନ ନିଆଯାଉଛି । ସେହିଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଷ୍ପତି ନିଆଯାଇଛି । ଏଣିକି ଗଞ୍ଜାମର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ୩ ଦିନ ପାଇଁ ଗଞ୍ଜାମରେ ହେବ ମେଗା ସ୍ୱାସ୍ଥ୍ୟ ସିବିର । ଏଠାରେ ଥଣ୍ଡା , କାଶ ଏବଂ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଡାକ୍ତରମାନେ ଘରେ ଘରେ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏହାସହିତ ଏଥିରେ ସ୍ୱାସ୍ଥ୍ୟକର୍ମୀ , ଶିକ୍ଷକ ଏବଂ ଶିକ୍ଷକ ସାମିଲ ରହିବେ । ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଗୋଟେ ଘରକୁ ୫ ମିନିଟ୍ ସମୟ ଦିଆଯିବ । ଏଥିରେ ସାମାଜିକ ଦୂରତା ଅବଲମ୍ବନ କରାଯିବ ।