ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବନ ପୁତ୍ର ହନୁମାନଙ୍କ ଜୟନ୍ତୀ । ହିନ୍ଦୁ ଧର୍ମରେ ହନୁମାନ ଜୟନ୍ତୀର ଖାସ୍ ମହତ୍ୱ ରହିଛି । ଚୈତ୍ର ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ହନୁମାନଙ୍କର ଜନ୍ମ ହୋଇଥିଲା ।
ଭଗବାନ ହନୁମାନ ଖୁବ୍ ଦୟାଳୁ ଏବଂ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । କୌଣସି ସଙ୍କଟ ସମୟରେ ଯଦି ହନୁମାନଙ୍କୁ ପ୍ରାର୍ଥନା କରିବେ ତେବେ ସେ ସମସ୍ତ ସଙ୍କଟ ଦୂର କରିବେ । ସେଥିପାଇଁ ହନୁମାନ ଜୟନ୍ତୀ ଅବସରରେ ସନ୍ଧ୍ୟା ସମୟରେ ସାଧନା କରିବା ଉଚିତ୍ ।
ବଜରଙ୍ଗବାଲିଙ୍କ ପୂଜାରେ ରୋଗ ,ଭୟ ଏଂବ ସଙ୍କଟ ଦୂର ହୁଏ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ହନୁମାନ ଜୟନ୍ତୀରେ କିଭଳି ଘରେ ବସି ପୂଜା କରିବେ…
ହନୁମାନଙ୍କ ପୂଜାରେ ଅନେକ ଜିନିଷ ବ୍ୟବହାର କରାଯାଇଥାଏ । ଯେପରିକି ସିନ୍ଦୁର, ତେଲ, ରୁଇ , ଫୁଲ ମାଳ, ଗଙ୍ଗାଜଳ, ପାନ, ଲାଲ ବୁନ୍ଦି ବା ବେସନ ଲଡୁ, ଧୂପ ଏବଂ ଦୀପ । କେସରୀ ନନ୍ଦନଙ୍କ ପୂଜାରେ ଚମେଲି ତେଲ ଏବଂ ସିନ୍ଦୁରର ପ୍ରୟୋଗ ବହୁତ ଶୁଭ ହୋଇଥାଏ । ସେଥିପାଇଁ ଏହି ପବିତ୍ର ଜୟନ୍ତୀ ଅବସରରେ ହନୁମାନଙ୍କଠାରେ ଚମେଲି ତେଲ ଏବଂ ସିନ୍ଦୁର ଚଢାନ୍ତୁ ।