ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାକୁ ଭାରତ ହାଇଡ୍ରୋକି୍ସ କ୍ଲୋରକ୍ୱିନ ଦେବା ଯୋଗାଇ ଦେବା ପରେ ଏବେ ଭାରତରେ ଏହାକୁ ନେଇ ସନ୍ଦେହ ଦେଖା ଦେଇଥିଲା । ଏହି ଔଷଧ ଭାରତରେ ପର୍ଯ୍ୟାପ୍ତ ପରିମାଣରେ ରହିଛି କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଆଜି ଏହାକୁ ନେଇ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଭାରତରେ ଆବଶ୍ୟକ ଠାରୁ ଅଧିକ ୩ ଗୁଣ ପରିମାଣରେ ହାଇଡ୍ରୋକ୍ସି କ୍ଲୋରକ୍ୱିନ ମହଯୁଦ ରହିଛି । ସେ କହିଛନ୍ତି ଦେଶରେ ଆବଶ୍ୟକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରଖିବା ପରେ ରପ୍ତାନି କରାଯାଉଛି । ଦେଶରେ ଏବେ ୩.୨୮ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରହିଛି ।
ଭାରତରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ବଟୀକାର ଘରୋଇ ଆବଶ୍ୟକତା ରହିଛି । ତେଣୁ ଆତଙ୍କିତ ନହେବାକୁ ସେ କହିଛନ୍ତି । ସେହିଭଳି ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଏବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ ରହିଛି । ମୃତ୍ୟୁ ସଂଖ୍ୟା ୧୯୯ ରହିଛି । ସେହିଭଳି ଦେଶରେ ଡାକ୍ତରମାନଙ୍କୁ ହେଉଥିବା ର୍ଦୁବ୍ୟବହାରକୁ ସେ ନିନ୍ଦା କରିଛନ୍ତି । ସେ କହିଛନ୍ତି କରୋନା ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ। କରୋନା ଭାଇରସ୍ ସଂଗ୍ରାମରେ ପ୍ରକୃତ ସଂଘର୍ଷ ଆମର ସ୍ଵାସ୍ଥ୍ୟ କର୍ମଚାରୀ କରୁଛନ୍ତି। ଏଭଳି ହେଲେ ସେମାନଙ୍କ ମନବଳ ଭାଙ୍ଗିଯିବ ।