ଭୁବନେଶ୍ୱ ର (ଏଟିଆର ବ୍ୟୁରୋ): ସାରାବ ଦେଶରେ ଏବେ ପଅତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟେ ପେ;ଟ ରାଜ୍ୟର କରୋନାରେ କିଛି ସଫଳତା ମିଳୁଥିବା ବେଳେ ଏପଟେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ସବୁଠାରୁ ବଡ ଚିନ୍ତାର କାରଣ ହେଲା ଗତକାଲି ରାଜ୍ୟରେ ୧୦ ଜଣ କରୋନା ରୋଗୀ ସୁସ୍ଥ ହେଲେ ବୋଲି ସୂଚନା ମିଳିବା ପରେ ସାଧାରଣ ଲୋକେ ଟିକେ ଆସ୍ୱସ୍ତ ହୋଇଥିଲେ ମାତ୍ର ପୁଣି ଗତକାଲି ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିିଛି । ସୂଚନାଯୋଗ୍ୟ ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍ ରହିଥିବା ଚିହ୍ନଟ ହୋଇଛି ।
ଗତକାଲି ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍ ଆସିଥିବା ବେଳେ ୨ ଟି ପଜିଟିଭ ଆସିଛି । ସେପଟେ ସୁସ୍ଥ ହୋଇଛନ୍ତି ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ଆକ୍ରାନ୍ତ । ଏହା ପୂର୍ବରୁ ମଧ୍ୟ ୨ ଜଣ ସୁସ୍ଥ ହୋଇଥିଲେ । ଏବେ ରାଜ୍ୟରେ ମୋଟ ୩୫୪୭ ନମୁନା ପରୀକ୍ଷା ସରିଥିବା ବେଳେ ଏଥିରୁ ୩୪୯୭ ନମୁନା ନେଗେଟିଭ୍ ଆସିଥିବାବେଳେ ୫୦ ପଜିଟିଭ୍ ରହିଛି ।