ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତକାଲି ଶେଷ ହେଉଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକ ଡାଉନର ଅବଧି । ଏହି ଅବସରରେ ଆସନ୍ତକାଲି ସକାଳ ୧୦ ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ଭୋଧିତ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
Prime Minister @narendramodi will address the nation at 10 AM on 14th April 2020.
— PMO India (@PMOIndia) April 13, 2020
କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ ଡାଉନ ଅବଧି ବୃଦ୍ଧି କରାଯିବ କି ନାଁ ତା ଉପରେ ମଧ୍ୟ ଏବେ ସାରା ଦେଶର ନଜର ରହିଛି । ଅନେକ ରାଜ୍ୟ ମଧ୍ୟ ଲକ ଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ନିବେଦନ କରିଥିଲେ ।